Install HealthPhone Poshan Mobile App in Odia from Google Play https://play.google.com/store/apps/de... - Download videos for Laptop, Tablet, SmartPhone, BasicPhone from http://iap.healthphone.org/oriya/
ଓଡ଼ିଆ Oriya Odia | Poshan 2 | ଗର୍ଭାବସ୍ଥାରେ ଯତ୍ନ: ଗର୍ଭଧାରଣ ସମୟରେ ଯତ୍ନ
ଗର୍ଭଧାରଣ ସମୟରେ ମହିଳାମାନଙ୍କୁ ନିଜର ଓ ଗର୍ଭସ୍ଥ ଶିଶୁର ଯତ୍ନ ନେବା ପାଇଁ କେତେକ ବ୍ୟାବହାରିକ ସୂଚନା ଏବଂ ଗର୍ଭାବସ୍ଥା ପୂର୍ବରୁ, ସମୟରେ ଏବଂ ପରେ ଉତ୍ତମ ଯନତ୍ର ଗୁରୁତ୍ୱ ବିଷୟରେ ବ୍ୟାବହାରିକ ସୂଚନା
ଗର୍ଭଧାରଣ ସମୟରେ ଯତ୍ନ ମୁଖ୍ୟତଃ ଗର୍ଭବତୀ ମାଆଙ୍କର ଓ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଓ ସୁସ୍ଥାବସ୍ଥା ବଜାୟ ରଖିବାକୁ ସୂଚାଇଥାଏ
ଗର୍ଭବତୀ ମହିଳା ଗର୍ଭବତୀ ଅଛନ୍ତି ଜାଣିବା ମାତ୍ରେ ଯଥାଶୀଘ୍ର ସମ୍ଭବ ତାଙ୍କର ସ୍ୱାମୀଙ୍କ ସହିତ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବା ଉଚିତ୍ ଏବଂ ଏକ ମାଆ ଓ ଶିଶୁ ସୁରକ୍ଷା କାର୍ଡ କରାଇନେବା ଉଚିତ୍: ଏହି କାର୍ଡ ଅତି ସରଳ କିନ୍ତୁ ଶକ୍ତିଶାଳୀ କାର୍ଡ, ଯାହାକି ମାଆ ଓ ଶିଶୁଙ୍କର ପୋଷଣ ଓ ଅଭିବୃଦ୍ଧି ଉପରେ ଲଗାତର ନଜର ରଖିବାରେ ସାହାଯ୍ୟ କରିଥାଏ
ଭାରତରେ ପ୍ରଥମ ଥର ମାଆ ହେଉଥିବା 75% ମହିଳା ରକ୍ତହୀନ ହୋଇଥାନ୍ତି ଏବଂ ଅଧିକାଂଶ ଗର୍ଭଧାରଣ ସମୟରେ ଯେତିକି ଓଜନ ଲାଭ କରିବା କଥା ତାହା ଠାରୁ କମ୍ ଓଜନ ଲାଭ କରିଥାନ୍ତି ଏହାଫଳରେ ଶିଶୁର ଅଭିବୃଦ୍ଧି ଅସ୍ୱାସ୍ଥ୍ୟକର ହୋଇଥାଏ, ଜନ୍ମ ଓଜନ କମ୍ ରହିଥାଏ ଏବଂ ଶିଶୁ କ୍ଷେତ୍ରରେ ଅଣ-ଆନୁବଂଶିକ ଜନ୍ମଗତ ଅସ୍ୱାଭାବିକତା ଦେଖାଦେଇଥାଏ
ଗର୍ଭଧାରଣ ସମୟରେ ସୁନିଶ୍ଚିତ କରନ୍ତୁ ଯେ ମାଆ ଠିକ୍ ସମୟରେ ଠିକ୍ ଆହାର ପାଆନ୍ତି ସେ ସାଧାରଣତଃ ଖାଉଥିବା ଖାଦ୍ୟ ତୁଳନାରେ ଏକଚତୁର୍ଥାଂଶ ଅଧିକ ପରିମାଣର ଖାଦ୍ୟ ଖାଇବା ଉଚିତ୍
ଏହି ଭିଡିଓର ଉଦ୍ଦେଶ୍ୟ ହେଉଛି ଅପପୁଷ୍ଟିର ଲକ୍ଷଣ ଓ କ୍ଷତିକାରକ ଫଳାଫଳ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଗୋଷ୍ଠୀକୁ ଅପପୁଷ୍ଟି ନିରାକରଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉତ୍ସାହିତ କରିବା ଓ ଜଣେ କିପରି ସହଜ କାର୍ଯ୍ୟ ଦ୍ୱାରା ଅପପୁଷ୍ଟି ପ୍ରତିହତ କରିପାରିବ ବୁଝାଇ ଦେବା
ଏହା ବ୍ୟାପକ ଗୋଷ୍ଠୀ ହିତରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ
ପ୍ରସ୍ତୁତ କରିଛନ୍ତି: ୟୁନିସେଫ୍ ଓ ଅନ୍ୟ ବିକାଶ ଅଂଶିଦାରଙ୍କ ସକ୍ରିୟ ସହାୟତା ସହିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ
.